୧୨ ଦଫା ଦାବି ପୂରଣ ନେଇ ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି।କେନ୍ଦ୍ର ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ । ଏହିକ୍ରମରେ ଚାଷୀନେତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମଏସପିକୁ ନେଇ ଏକ ପ୍ରସ୍ତାବ ଦିଆଯାଇଥିଲା। ଚାଷୀମାନେ ପ୍ରାୟ ୨୩ଟି ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି ଦାବି କରିଥିଲେ ହେଁ କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପାଇଁ ମକା, କପା, ଡାଲି ଜାତୀୟ ଫସଲ ଭଳି କିଛି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବାକୁ ସହମତ ହୋଇଥିଲେ।