ନିର୍ଭୟ , ୫/୩ , ସନାତନ ଦଳବେହେରା – ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡି ପାର୍ଟି ଅଫିସ ରେ ବହୁ ଆଡମ୍ବନ ସହିତ ପାଳନ ହୋଇଯାଇଛି l ଏହା ପୂର୍ବରୁ ଜୟଦେବ ନିର୍ବାଚନ ମଣ୍ଡଳି ର ବରିଷ୍ଠ ନେତା ଶ୍ରୀ କମଳ କୁମାର ପାତ୍ରଙ୍କ ନିଦେଶ କ୍ରମେ ଦୁଇ ବ୍ଲକ ର ପ୍ରାୟ ୨ ହଜାରରୁ ଅଧିକ କ୍ରମୀ ମୋଟର ଗାଡି ଯୋଗେ ବାଲିପାଟଣା ବ୍ଲକ ର ବନମାଲୀପୁର ଠାରୁ ବିଜୁ ପଟ୍ଟନାୟକଙ୍କ ଷ୍ଟାଚୁ ରେ ପୁଷ୍ପା ମାଲ୍ୟା ଦେଇ ବାଲିପାଟଣା ଛକ ଏବଂ ବାଲିଅନ୍ତା ବ୍ଲକ ର ସୁଦୁଷଡ଼ଙ୍ଗୀ ଛକରେ ଥିବା ବିଜୁ ପଟନାୟକ ଙ୍କ ଷ୍ଟାଚୁ ରେ ପୁଷ୍ପ ମାଲ୍ୟା ଦେଇ l ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡି ଅଫିସରେ ଏକତ୍ରିତ ହୋଉଥିଲେ l
ଏହାପରେ ବିଜୁ ପଟ୍ଟନାୟକଙ୍କ ଉପରେ ଏକା ଆଲୋଚନା ଚକ୍ର ସଭା ଅନୁଷ୍ଠିତ ହୋଇଥିଲା l ପ୍ରଥେମେ ବିଜୁ ବାବୁଙ୍କ ଫୋଟୋରେ ପୁଷ୍ପ ମାଲ୍ୟା ଏବଂ ସମୂହ ଦୀପ ଦାନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ବିଜୁ ପଟ୍ଟନାୟକଙ୍କ ଓଡିଶା ପ୍ରତି କର୍ତ୍ତବ୍ୟ ଏବଂ ନିଷ୍ଠା, ସାହସୀ ବ୍ୟକ୍ତି ଥିଲେ ଓଡ଼ିଶାର ପ୍ରଗତି ପ୍ରତି କାର୍ଯ୍ୟକରୁଥିଲେ ଏବଂ ଏହି ସଭାରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମୁହଁରେ ଗୋଟେ କଥା ଥିଲା ବିଜୁ ପଟନାୟକଙ୍କୁ ଭାରତରତ୍ନ ସନମାନ୍ନରେ ସାନମାନିତା କରାଯାଉ l ଏହି ପରିପେକ୍ଷୀରେ ବିଜେଡି ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ କୁମାର ଜେନାମଣି, ବ୍ଲକ ଅଧ୍ୟଖ୍ୟା ଶ୍ରୀମତୀ ବାସନ୍ତୀ ଖଟୁଆ, ଛାତ୍ର ସଭାପତି ପଦ୍ମନାଭ ହରିଚନ୍ଦନ, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ଦାସ, ମଙ୍ଗରାଜ ବେହେରା, ବାଲିପାଟଣା ବ୍ଲକ ସଭାପତି ଶ୍ରୀ କିଶୋର ଜେନା ସମସ୍ତ ପଂଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ଅମସଙ୍ଘଠନ ବରିଷ୍ଠ ନେତୃତ୍ୱ ଏବଂ ବିଜେଡି ଜୟଦେବ ର ବରିଷ୍ଠ ନେତୃତ୍ୱ ବିଜୁ ଜୟନ୍ତୀ ରେ ଯୋଗଦେଇଥିଲେ l