ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା l ନଡ୍ଡା ଗତ ଫେବୃଆରୀ ୨୦ ରେ ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଫଳରେ ସେ ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ଆଶା କରାଯାଉଥିଲା । ଆଶାନୁରୂପଭାବେ ସେ ଇସ୍ତଫା ଦେଇଛନ୍ତି । ତେବେ ହିମାଚଳରୁ ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ୧୪ ଦିନ ବାକି ଥିଲା, କିନ୍ତୁ ଏହା ପୂର୍ବରୁ ନଡ୍ଡା ରାଜ୍ୟସଭା ସଭାପତିଙ୍କ ନିକଟରେ ସେ ନିଜର ଇସ୍ତଫା ପତ୍ର ଦାଖଲ କରିସାରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ନଡ୍ଡା ଇସ୍ତଫା ଦେଇଛନ୍ତି। ନଡ୍ଡା ଗତ ଫେବୃଆରୀ ୨୦ ରେ ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଫଳରେ ସେ ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ଆଶା କରାଯାଉଥିଲା । ଆଶାନୁରୂପଭାବେ ସେ ଇସ୍ତଫା ଦେଇଛନ୍ତି । ତେବେ ହିମାଚଳରୁ ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ୧୪ ଦିନ ବାକି ଥିଲା, କିନ୍ତୁ ଏହା ପୂର୍ବରୁ ନଡ୍ଡା ରାଜ୍ୟସଭା ସଭାପତିଙ୍କ ନିକଟରେ ସେ ନିଜର ଇସ୍ତଫା ପତ୍ର ଦାଖଲ କରିସାରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ନଡ୍ଡା ଇସ୍ତଫା ଦେଇଛନ୍ତି।