ସନାତନ ଦଳବେହେରା :- ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜୁ ଜନତା ଦଳ । ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଏହି ତାଲିକାରେ ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ପ୍ରସାଦ ନାୟକ, ବରମିତ୍ରପୁର ରୋହିତ ଯୋଶେଫ ତିର୍କୀ, କେଉଁଝରରୁ ମୀନା ମାଝୀ, ରାଇରଙ୍ଗପୁର ରାଇସିଂ ମୁର୍ମୁ, ବାଲେଶ୍ୱରରୁ ସ୍ୱରୂପ କୁମାର ଦାସ, ବାରବାଟ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଜୟଦେବରୁ ନବକିଶୋର ମଲ୍ଲିକ ଗତ ୨୦୧୯ ବିଧାନସଭା ନିର୍ବାଚନ ରେ ସ୍ୱାଧୀନ ପ୍ରାଥୀ ହୋଇ ରନଗଣାରେ ୪୬ ହଜାର ଭୋଟ ରୁ ଅଧିକ ପାଈ ବିଜେଡି ରୁ ପ୍ରାଥୀ ହୋଇଥିବା ଅରବିନ୍ଦ ଢାଳିଙ୍କ ଠୁ କାମ ବାଵଧାନ ଭୋଟରେ ହାରିଥିଲେ l ଏଠି ସୂଚନା ଥାଉକି ଢାଳି ଜିତିଥିଲେ ସତ୍ୟ କିନ୍ତୁ ବିଜେଡି ଦଳ ଚନ୍ଦନ ପାତ୍ରଙ୍କ ଆମ ସଂଘଠନ ର ଶକ୍ତି ଆଗରେ ବିଧାୟକ ଢାଳି ହାର ମରିଯାଇଥିଲେ l ଶେଷରେ ବିଧାୟକ ବିଜେଡି ଦଳ ଛାଡି ବିଜେପି ରେ ମିଶି ଜୟଦେବ ରୁ ବିଜେପି ଟିକଟରୁ ବିଧାୟକ ପ୍ରାଥୀ ହୋଇ ଥିବାବେଳେ l ନବକିଶୋର ମାଲିକଙ୍କୁ ବିଜୁ ଜନତା ଦଳ ଜୟଦେବ ଆସନରୁ ବିଧାୟକ ପ୍ରାଥୀ କରିଛି l ଯେହେତୁ ଶ୍ରୀ ମଳିକ ପୂର୍ବରୁ ସ୍ୱାଧୀନ ପ୍ରାଥୀ ହୋଇ ୪୬ ହଜାର ଭୋଟ ପାଇଥିଲେ ତେଣୁ ବିଜେଡି ସୁପ୍ରିମ ତଥା ମୁଖମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଜୟଦେବ ରୁ ଶ୍ରୀ ନବକିଶୋରଙ୍କ ନାମ ଟିକୁ ଚୂଡାନ୍ତ କରି ଘୋଷଣା କରିଛନ୍ତି l ଆମ ସଂଘଠନ ସଭାପତି ତଥା ବିଜେଡି ନେତା ଶ୍ରୀ କମଳ କୁମାର ପତ୍ର ଜୟଦେବ ଜନସାଧାରଣଙ୍କ ପକ୍ଷରୁ ଶ୍ରୀ ନବୀନ ପଟନାୟକ ଏବଂ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି l