ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୨୯ତମ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନସ ଅଥରିଟି ବୈଠକ

  • ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ      ୧୨୯ତମ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନସ ଅଥରିଟି ବୈଠକ
  • ଓଡ଼ିଶାର  ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିବିଧ ସୁଯୋଗ
  • ୪୦୬୬.୭୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ଅନୁମୋଦନ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ୧୨୯ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) କମିଟି  ବୈଠକରେ ୪୦୬୬.୭୧ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ବିବିଧ ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେବା ସହ ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିବ । ଅନୁଷ୍ଠିତ ବୈଠକରେ ଉଲ୍ଲେଖନୀୟ ନିଷ୍ପତ୍ତି ସ୍ୱରୁପ  ସବୁଜ ଶକ୍ତି ଉପକରଣ, ରାସାୟନିକ, ବୟନ ଓ ପୋଷାକ, ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଆଲୁମିନିୟମ ଡାଉନଷ୍ଟ୍ରିମ୍, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି ଓ ଅକ୍ଷୟ ଶକ୍ତି, ଆଇଟି ଭିତ୍ତିଭୂମି, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ସମେତ ବିଭିନ୍ନ କ୍ଷେତ୍ରରେ ୨୨ଟି ନୂତନ ପ୍ରକଳ୍ପକୁ ଏସଏଲଏସ୍ଡବ୍ଲ୍ୟୁସିଏ ସବୁଜ ସଙ୍କେତ  ଦେଇଛି । ମୋଟ ୨୫,୫୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ୧୨ଟି ଜିଲ୍ଲାରେ ସମୁଦାୟ ୪,୦୬୬.୭୧ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହି ଉଦ୍ୟୋଗଗୁଡ଼ିକ ରାଜ୍ୟର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।