ସନାତନ ଦଳବେହେରା , ନିର୍ଭୟ ୨୨/୦୨/୨୦୧୪ – ୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ , ଭୂମିହୀନ ଚାଷୀଙ୍କୁ ୨ହଜାର ଟଙ୍କା୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୨୦୧୮-୧୯ ମସିହାରୁ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାର ଅବଧିକୁ ୨୦୨୬-୨୭ମସିହା ପର୍ଯ୍ୟନ୍ତ ଆଉ ୩ବର୍ଷ ବୃଦ୍ଧି ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏବାବଦରେ ମୋଟ ୬୦୨୯.୭୦କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟୟବରାଦ ହୋଇଛି । ଏବେ କାଳିଆ ଯୋଜନାରେ ଚାଷୀମାନେ ଖରିଫ ଚାଷ ପାଇଁ ଏପ୍ରିଲ ପହିଲା ଓ ରବି ଚାଷ ପାଇଁ ସେପ୍ଟେମ୍ବର ପହିଲା ପରେ ଦୁଇଥର ସହାୟତା ପାଉଛନ୍ତି । ସେହିପରି ଭୂମିହୀନ ଚାଷୀଙ୍କୁ ଏକକାଳୀନ ୧୨୫୦୦ଟଙ୍କାର ସହାୟତା ମଧ୍ୟ ମିଳିଛି । ତେବେ ଚାଷୀମାନଙ୍କୁ ଏହି ସହାୟତା ବାଦ୍ କାଳିଆ ଯୋଜନାରେ ଅତିରିକ୍ତ ସହାୟତା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ଏଥିପାଇଁ ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଓ ସେମାନଙ୍କୁ ରାଜ୍ୟର ଆର୍ଥିକ ପ୍ରଗତିରେ ଭାଗିଦାର କରିବା ନିମନ୍ତେ ରାଜ୍ୟ ସରକାର ଏହି କାଳିଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।