ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାରୁ ତୀର୍ଥଯାତ୍ରାରେ ଗଲେ ଆଉ ୧୦୦୦ ବରିଷ୍ଠ ନାଗରିକ

ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ରେଳଷ୍ଟେସନରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜମେର ପୁଷ୍କରକୁ ତୀର୍ଥଯାତ୍ରା କରିବେ ବଶିଷ୍ଠ ନାଗରିକ। ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାର ମୋଟ ୧୦୦୦ ଜଣ ଆଜି ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ମାଗଣା ଖାଇବା, ରହିବା, ଔଷଧ ସମେତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି।

Leave a Reply

Your email address will not be published. Required fields are marked *