ଚଣ୍ଡିଗଡ଼ ମେୟର ନିର୍ବାଚନ ନେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରେ ୮ଟି ‘ଅବୈଧ’ ଭୋଟ୍ 

ଚଣ୍ଡିଗଡ଼ ମେୟର ନିର୍ବାଚନ ନେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରେ ୮ଟି ‘ଅବୈଧ’ ଭୋଟ୍ l ଏହାକୁ ବୈଧ ବୋଲି ବିବେଚନା କରାଯିବ ଏବଂ ଏହାକୁ ଆଧାର କରି ଫଳାଫଳ ଘୋଷଣା କରାଯିବ ବୋଲି ରାୟ ଦେଇଛନ୍ତି।ସୁପ୍ରିମକୋର୍ଟରେ ସୋମବାର ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ମାମଲାର ଶୁଣାଣି କରି ବାଲଟ୍ ପେପର ଓ ଭୋଟ୍ ଗଣତି ଦିନର ପୂରା ଭିଡିଓ ରେକର୍ଡିଂ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ବାଲାଟ୍ ପେପର କୋର୍ଟକୁ ମଙ୍ଗଳବାର ଦିଆଯାଇଥିଲା। ଏହାପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ୮ଟି ବାଲଟ୍ ପେପରରେ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଭୋଟ୍ ଦିଆଯାଇଥିଲା। କୋର୍ଟ ସମସ୍ତ ପକ୍ଷଙ୍କୁ ବାଲଟ୍ ପେପର ଦେଖିବାକୁ ଅନୁମତି ଦେବା ପରେ ମସିହ ଏବଂ ତାଙ୍କ ଓକିଲ ମୁକୁଲ ରୋହତଗୀ ମଧ୍ୟ ଏହାକୁ ଦେଖିଥିଲେ। ଏହି ସମୟରେ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏହାକୁ ଅଦାଲତ ଅବମାନନା ବୋଲି କହିବା ସହ ଏହାକୁ ଜଘନ୍ୟ ଅପରାଧ ବୋଲି କହିଥିଲେ। 

Leave a Reply

Your email address will not be published. Required fields are marked *